ଭୁବନେଶ୍ୱର : ଚୋରା ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଖଣ୍ଡଗିରିର ଏକ ଭଡା ଘରୁ ପୋଲିସ ସେକ୍ସ ରାକେଟ ମଧ୍ୟ ଠାବ କରିଛି । ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଅଂଚଳର ଏକ ଭଡା ଘରେ ଚୋରା ବନ୍ଧୁକ ବ୍ୟବସାୟ ଚାଲିଥିବା ଖବରପାଇ ପୋଲିସ ଏକ ଭଡା ଘରେ ପହଞ୍ଚିଥିଲା । ୩ ଜଣ ଚୋରା ବନ୍ଧୁକ ବେପାରୀଙ୍କୁ ଧରିବା ସହ ସେମାନେ ରହୁଥିବା ଘରେ ପୋଲିସ ତଲାସୀ କରିଥିଲା । ତଲାସୀ ବେଳେ ଗୋଟିଏ ମାଉଜର ସହ ୩ଟି ଅଫୁଟା ଗୁଳି ଜବତ କରିଥିଲା । ଏଥିସହ ସେଠାରୁ ୩ ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା ପୋଲିସ । ଏହି ଯୁବତୀମାନେ ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଉଦ୍ଧାର ପରେ ବଙ୍ଗୀୟ ଯୁବତୀଙ୍କ ଡାକ୍ତରୀ ମଇନା କରାଯାଇଛି । ଗିରଫ ହୋଇଥିବା ୩ ଜଣ ଯୁବକଙ୍କୁ ପୋଲିସ ଅଧିକ ପଚରାଉଚୁରା ଜାରି ରଖିଛି । ଚୋରା ବନ୍ଧୁକ ବେପାରୀ ସହ ସେକ୍ସ ରାକେଟ ଠାବ ହେବାପରେ ସମ୍ପୃକ୍ତ ଅଂଚଳରେ ଆତଙ୍କ ଖେଳି ଯାଇଛି ।