କାରୋନା ଭାଇରସ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କେନ୍ଦ୍ର ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାସ୍କ ପିନ୍ଧିବାକୁ ନେଇ ଏକ ଆଡ଼ଭାଇଜରି ଜାରୀ କରିଛନ୍ତି। ସରକାର ଏହି ଆଡ଼ଭାଇଜରିରେ କହିଛନ୍ତି ଯେ ସୁସ୍ଥ ଲୋକ ମଧ୍ୟ ଘର ତିଆରି ମାସ୍କ ପିନ୍ଧିବା ଉଚିତ। ଲକଡାଉନରେ ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣାବିକା କରିବାକୁ ବାହାରକୁ ଯାଉଛନ୍ତି। ଏମିତିରେ ମାସ୍କ ପିନ୍ଧି ବାହାରକୁ ଗଲେ ବହୁତ ମାତ୍ରାରେ ସଂକ୍ରମଣକୁ ରୋକାଯାଇପାରିବ।
ସେହିପରି ଓଡ଼ିଶାରେ କିଛି ସ୍ଥାନରେ ମାସ୍କ ପିନ୍ଧି ବାହାରକୁ ନ ଆସିଲେ ଜରିମାନା ମଧ୍ୟ ଲଗାଯାଉଛି। ଏହାସହିତ ଏବେ କୁହାଯାଇଛି ମାସ୍କ ନ ପିନ୍ଧିଲେ ବାହାରକୁ ବହାରିପାରିବେନି।ଏମିତିରେ ଆପଣ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ ଯଦି ୮୦ ପ୍ରତିଶତ ଲୋକ ମାସ୍କ ବ୍ୟବହାର କରିବେ ତେବେ ଭାଇରସର ଆଉଟ ବ୍ରେକକୁ ରୋକାଯାଇପାରିବ। ମାସ୍କର ବ୍ୟବହାର ସେହି ସ୍ଥାନରେ ବହୁତ କରିବା ଉଚିତ ଯେଉଁ ସ୍ଥାନରେ ଜନସଂଖ୍ୟାର ଘନତ୍ୱ ଅଧିକ ରହିଥିବା। ସେହିପରି ଆପଣ ବଜାର ମାସ୍କ ଅପେକ୍ଷା ଘର ତିଆରି ମାସ୍କ ପିନ୍ଧିବା ଉଚିତ, ଏହା ସଂକ୍ରମ ଠାରୁ ବହୁତ ମାତ୍ରାରେ ରୋକିପାରିବ। ତେବେ ଆସନ୍ତୁ ଜାଣିବା ଆପଣ ଘରେ କିପରି ମାସ୍କ ତିଆରି କରିବେ।
- ଘରେ ତିଆରି ହୋଇଥିବା ମାସ୍କ ବ୍ୟକ୍ତିଗତ ଭାବରେ ପରିସ୍କାର ରଖିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅତି କମରେ ଦୁଇଟି ମାସ୍କ ରହିବା ଆବଶ୍ୟକ।
- ଦୁଇଟି ମାସ୍କ ରଖିବାକୁ ଏଥିପାଇଁ କୁହାଯାଇଛି ଯଦି ଆପଣ ଗୋଟେ ମାସ୍କ ଧୋଇଲେ ବା ସଫାକଲେ ଆଉ ଗୋଟେ ମାସ୍କକୁ ବ୍ୟବହାର କରିପାରିବେ।
- ଘରେ ଥିବା କୌଣସି ବି କପଡ଼ାରେ ଆପଣ ମାସ୍କ ତିଆରି କରିପାରିବେ। କିନ୍ତୁ ମାସ୍କ ତିଆରି କରିବା ପୂର୍ବରୁ କପଡାକୁ ଭଲ ଭାବେ ଧୋଇବା ଉଚିତ।
- ମାସ୍କ ଆପଣଙ୍କ ମୁହଁ ଏବଂ ନାକକୁ ସମ୍ପୂର୍ଣ୍ଣ ଭାବରେ ଘୋଡାଉଥିବା ଦରକାର।
- ଯଦି ଆପଣଙ୍କ ପାଖରେ ସିଲେଇ ମେସିନ ଅଛି ତେବେ ଆପଣଙ୍କୁ ଏହାକୁ ବନାଇବାକୁ ଆହୁରି ସହଜ ହୋଇଯିବ। ସେହିପରି ମାସ୍କ ପିନ୍ଧୁଥିବା ସମୟରେ ଅନ୍ୟ କୌଣସି ଜିନିଷକୁ ହାତ ମାରିବା ଅନୁଚିତ।
ଏମିତି ତିଆରି କରନ୍ତୁ ମାସ୍କ
- ମାସ୍କକୁ ବନାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଏ୪ ସାଇଜର କପଡା, ଛୁଞ୍ଚି, ସୂତା ଏବଂ ରବର ବ୍ୟାଣ୍ଡର ଆବଶ୍ୟକ ପଡିଥାଏ।
- ଘରେ ଥିବା କପଡ଼ାକୁ ପ୍ରାୟ ୭ ରୁ ୮ ଇଞ୍ଚ କପଡା କାଟିଦିଅନ୍ତୁ।
- ଏବେ କପଡ଼ାରେ ତଳ ଭାଗ ଏବଂ ଉପର ଭାଗକୁ ମୋଡି ଦିଅନ୍ତୁ। ରବର ବ୍ୟାଣ୍ଡ ସାହାଯ୍ୟରେ କପଡ଼ାର ଡାହାଣ ଭାଗ ଆଉ ଗୋଟେ ରବର ବ୍ୟାଣ୍ଡରେ କପଡ଼ାରେ ବାମ ଭାଗରେ ଲଗାଇ ସିଲେଇ କରନ୍ତୁ।
- ଧ୍ୟାନ ରଖନ୍ତୁ ଯେପରି ଦୁଇ ରବର ବ୍ୟାଣ୍ଡର ମଝିରେ ଥିବା ଅଂଶ ଆପଣଙ୍କ ମୁହଁ ଏବଂ ନାକକୁ ସଂପୂର୍ଣ୍ଣ ଘୋଡାଉଥିବ।
- ଏବେ ରବର ବ୍ୟାଣ୍ଡର ବାହାର ପାର୍ଶ୍ୱରେ ଛାଡିଥିବା କପଡ଼ାରେ ଅଂଶକୁ ଭିତର ଆଡକୁ ମୋଡି ଦିଅନ୍ତୁ। ଏବେ ଏହି ପ୍ରକ୍ରିୟା କପଡ଼ାର ଅନ୍ୟ ଭାଗରେ ମଧ୍ୟ କରନ୍ତୁ।
- ରବର ବ୍ୟାଣ୍ଡ ଲଗାଇ କପଡ଼ାର ଚାରିପଟକୁ ସିଲେଇ କରିଦିଅନ୍ତୁ। ଏବେ ଆପଣଙ୍କ ଘର ତିଆରି ମାସ୍କ ପ୍ରସ୍ତୁତ ହୋଇଯାଇଛି।