ରାଜଧାନୀର ଚନ୍ଦକା ନିକଟବର୍ତ୍ତୀ Sog ଟ୍ରେନିଂ ସେଣ୍ଟରରେ ଅଘଟଣ। ଗ୍ରେନେଡ଼ ଟ୍ରେନିଂ ବେଳେ ହାବିଲଦାର ମୃତ। ଅନ୍ୟ ୨ ଗୁରୁତର ହାବିଲଦାରଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ କରାଯାଉଛି ଚିକିତ୍ସା । ଘଟଣା ସ୍ଥଳରେ ପୋଲିସ ଡିଜି ଅଭୟ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ମୃତ ହାଵିଲଦାରଙ୍କ ମର ଶରୀରକୁ ପୋଷ୍ଟମର୍ଟମ୍ ପାଇଁ ପଠା ଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ୍ ଚଳାଇଛି। ତେବେ ଟ୍ରେନିଂ ବେଳେ ସୁରକ୍ଷା ପ୍ରାଥମିକତା ଦିଆ ଯାଇଥିଲା ନା ନହିଁ ତାହା ମଧ୍ୟ ତଦନ୍ତ କରାଯିବ ବୋଲି ଜଣା ପଡ଼ିଛି।
ହାବିଲଦାରଙ୍କ ନାଁ ପ୍ରକାଶ ସାହୁ । ତେବେ ଟ୍ରେନିଂ ବେଳେ ତିନି ଟ୍ରେନିଙ୍କ ହାତରେ ଗ୍ରେନେଡ୍ଟି ଫୁଟିବାକୁ ଯାଉଥିବା ବେଳେ ପ୍ରକାଶ ଅଦମ୍ୟ ସାହସିକତା ଦେଖାଇ ସେମାନଙ୍କୁ ବଞ୍ଚାଇଥିଲେ । ହେଲେ ନିଜେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି ।