Odia News Portal

କରୋନା ମୁକାବିଲା ପାଇଁ ମୋଦିଙ୍କୁ ସୋନିଆଙ୍କ ଚିଠି

ନୁଆଦିଲ୍ଲୀ : କଂଗ୍ରସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅପିଲ୍ କରିଛନ୍ତି କି କରୋନା ସଙ୍କଟକୁ ନଜରରେ ରଖି ସରକାର ଖର୍ଚ୍ଚରେ ୩୦ ପ୍ରତିଶତ କାଟ୍ ଓ ସେଣ୍ଟ୍ରାଲ୍ ଭିଷ୍ଟା ପରିଯୋଜନାକୁ ସ୍ଥଗିତ କରିବା ସହିତ ଆହୁରି ଅନେକ କିଛି ପଦକ୍ଷେପ ଉଠାଯାଉ ।

ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ପ୍ରସ୍ତାବ ମଧ୍ୟ ଦେଇଛନ୍ତି କି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ପ୍ରଶାସନିକ କ୍ଷେତ୍ରରେ କାମ କରୁଥିବା ଅଫିସର ମାନଙ୍କ ବିଦେଶ ଗସ୍ତକୁ ସ୍ଥଗିତ କରିବା ଓ ସରକାରୀ ବିଜ୍ଞାପନ ଉପରେ ମଧ୍ୟ ରୋକ ଲଗାଇବା ଆବଶ୍ୟକ । ସୋନିଆ ସାଂସଦଙ୍କ ବେତନରେ ୩୦ ପ୍ରତିଶତ କାଟକୁ ସମର୍ଥନ କରି କହିଛନ୍ତି କି ପିଏମ୍ କେୟର୍ସ ଫଣ୍ଡର ରାଶିକୁ ମଧ୍ୟ ପ୍ରଧାନମନ୍ତ୍ରୀ ବିପଦକାଳୀନ ପାଣ୍ଠିକୁ ହସ୍ତାନ୍ତର କରାଯାଉ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ୍ ୧୯ ମହାମାରୀ ସହିତ ଲଢିବା ପାଇଁ ଅନେକ ପ୍ରସ୍ତାବ ଦେଇଛନ୍ତି । ଏହି ଉପାୟରେ ମୁଖ୍ୟତଃ ଖର୍ଚ୍ଚରେ କାଟ୍ କରି କରୋନା ସହିତ ଲଢାଇବା ପାଇଁ ପରାମର୍ଶ ଦେଇଛନ୍ତି  ।

ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଏହି ୫ ପ୍ରସ୍ତାବ ଦେଇଛନ୍ତି ସୋନିଆ

  • ମୁଖ୍ୟତଃ ଖର୍ଚ୍ଚରେ କାଟ୍ କରିବା ।
  • ୨୦ ହଜାର କୋଟି ଟଙ୍କା ବ୍ୟୟରେ ‘ସେଣ୍ଟ୍ରାଲ୍ ଭିଷ୍ଟା’ ବ୍ୟୁଟିଫିକେସନ୍ ଆଣ୍ଡ କନଷ୍ଟ୍ରକ୍ସନ ପ୍ରୋଜେକ୍ଟକୁ ସ୍ଥଗିତ କରାଯାଉ ।
  • ଭାରତ ସରକାରଙ୍କ ଖର୍ଚ୍ଚର ବଜେଟ୍(ବେତନ, ପେନସନ୍ ଏବଂ ସେଣ୍ଟ୍ରାଲ୍ ସେକ୍ଟରର ଯୋଜନାକୁ ଛାଡି)ରେ ଏହି ଅନୁପାତରେ ୩୦ ପ୍ରତିଶତ ହ୍ରାସ କରାଯାଉ ।  ଏହି ରାଶି ପ୍ରାୟ ୨.୫ ଲକ୍ଷ କୋଟି ବାର୍ଷିକ ପ୍ରବାସୀ ଶ୍ରମିକ, ଶ୍ରମିକ, ଚାଷୀ, ଏମଏସଏମଏଇ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଆବଣ୍ଟନ କରାଯାଉ ।
  • ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତ କେନ୍ଦ୍ରୀମନ୍ତ୍ରୀ, ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀମାନଙ୍କ ଦ୍ୱାରା ହେଉଥିବା ବିଦେଶ ଯାତ୍ରାକୁ ସ୍ଥଗିତ କରାଯାଉ । କେବଳ ଦେଶହିତ ପାଇଁ ହେଉଥିବା ଜରୁରୀକାଳୀନ ବିଦେଶ ଯାତ୍ରାକୁ ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଅନୁମତି ଦିଆଯାଉ ।
  • ପିଏମ୍ କେୟର୍ସ ଫଣ୍ଡର ସମ୍ପୂର୍ଣ୍ଣ ରାଶିକୁ ପ୍ରଧାନମନ୍ତ୍ରୀ ଜାତୀୟ ଆଶ୍ୱସ୍ତି ଫଣ୍ଡରେ ସ୍ଥାନାନ୍ତର କରାଯାଉ । ଏହା ଫଳରେ ରାଶିର ଆବଣ୍ଟନ ଏବଂ ଖର୍ଚ୍ଚରେ ଏଫିସିଏନ୍ସ, ପାରଦର୍ଶିତା, ଦାୟିତ୍ୱବୋଧତା କଥା ଅଡିଟ୍ ସୁନିଶ୍ଚିତ ହୋଇପାରିବ ।

ଅନ୍ୟପଟେ ରାହୁଲ ଗାନ୍ଧୀ ମ୍ୟାଲେରିଆର ମେଡିସିନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ କହିଛନ୍ତିକି ସରକାର ଅନ୍ୟ ଦେଶକୁ ସାହାଯ୍ୟ କରନ୍ତୁ କିନ୍ତୁ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ଔଷଧ ଉପଲବ୍ଧ ହେବା ଉଚିତ୍ ।