Odia News Portal

ସଵୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥାପନ କରାଯିବ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ ରେକର୍ଡ ସମୟ ଭିତରେ ୭ଟି କୋଭିଡ୍‌-୧୯ ହସ୍‌ପିଟାଲ୍‌ କରାଯାଇଛି । ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥାପନ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ରାଜ୍ୟର କୌଣସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ କୋଭିଜ୍ ଆକ୍ରାନ୍ତ ନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି । କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଜଣେ କୋଭଡ୍‌ ନେଗେଟିଭ୍‌ ଅଛନ୍ତି । ପ୍ରଥମ ପରୀକ୍ଷାରେ ତାଙ୍କର ନେଗେଟିଭ୍ ଆସିଥିବା ବେଳେ ଦ୍ୱିତୀୟ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସମସ୍ତ ବେସରକାରୀ ହସ୍‌ପିଟାଲ୍‌କୁ ମାର୍ଗ ଦର୍ଶିକା ଜାରି କରାଯାଇଛି । ଫ୍ଲୁର ଲକ୍ଷଣ ଥିବା ରୋଗୀ ଅନ୍ୟ ଧାଡିରେ ଅନ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥରେ ହସ୍‌ପିଟାଲ୍‌ ଭିତରକୁ ଯିବେ । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ । ଫ୍ଲୁର ଲକ୍ଷଣ ଥିଲେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ୧୦୪କୁ କଲ୍‌ କରନ୍ତୁ । ଏହା ଦିନ ରାତି ୨୪ ଘଣ୍ଟା କାମ କରୁଛି । ପ୍ରତି ସିଫ୍ଟରେ ଡାକ୍ତର ପରାମର୍ଶ ଦେଉଛନ୍ତି । ସେ ସମସ୍ତ ବିଷୟରେ ଅନୁସନ୍ଦାନ କରିବା ପରେ କୋଭିଡ୍‌ ପରୀକ୍ଷଣ ଆବଶ୍ୟକ କି ନାହିଁ ବୋଲି କହୁଛନ୍ତି ।

କୋଭିଡ୍‌ରେ ଅନ୍ୟ ରୋଗ କିମ୍ବା ଅସୁସ୍ଥତାର ଲକ୍ଷଣ ନଥିଲେ ସମସ୍ତେ ସୁସ୍ଥ ହୋଇ ଫେରିବେ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।