Odia News Portal

କରୋନା ମହାମାରୀ ମୁକାବିଲାରେ ସାମିଲ ହେଲା ନାଲ୍‌କୋ

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢ଼େଇରେ ସାମିଲ ହୋଇଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ)। ନାଲ୍‌କୋ ପକ୍ଷରୁ କରୋନା ଲଢ଼େଇ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ନାଲ୍‌କୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନି ପିଏମ୍‌ କେୟାର୍ସ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରିଛି। ସେହିଭଳି କମ୍ପାନିର କର୍ମଚାରୀମାନେ ନିଜର ୨ ଦିନର ଦରମାକୁ କରୋନା ଭୂତାଣୁ ଲଢ଼େଇ ପାଇଁ ଦାନ କରିଛନ୍ତି। ଏହାର ଅଂଶସ୍ୱରୂପ କର୍ମଚାରୀଙ୍କ ବେତନରୁ ୨.୬ କୋଟି ଟଙ୍କା ପିଏମ୍‌ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି । ସେହିଭଳି ଆଉ ୨.୬ କୋଟି ଟଙ୍କା ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିଆଯାଇଛି । ଏସବୁ ଅର୍ଥ କରୋନା ଲଢ଼େଇ ଉଦ୍ଦେଶ୍ୟରେ ବିଭିନ୍ନ ଉପକରଣ କ୍ରୟ ଓ ସହାୟତା ଦିଗରେ ଖର୍ଚ୍ଚ ହେବ ବୋଲି ଥିବା ନାଲ୍‌କୋ ପକ୍ଷରୁ କୁହାଯାଇଛି ।