Odia News Portal

ବିନା ମାସ୍କରେ ଆଜିଠୁ ଘରୁ ବାହାରିବା ମନା

ଭୁବନେଶ୍ବର : ଆଜି ଠାରୁ ବିନା ମାସ୍କରେ ଘରୁ ବାହାରିବା ମନା। ରାଜ୍ୟରେ କୋଭିଡ୍-୧୯ ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାବେଳେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୯ ଏପ୍ରିଲ ସକାଳ ୭ଟା ଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ ସମସ୍ତଙ୍କୁ ସତର୍କ କରାଇ କହିଛନ୍ତି ଯେ ୨ବର୍ଷରୁ କମ୍ ବୟସର ପିଲା ଓ ଶ୍ବାସ ରୋଗ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ମନା। ଆଉ ଘରେ ଯଦି ବୟସ୍କ ଲୋକ ରୋଗଗ୍ରସ୍ତ ଅଛନ୍ତି ତେବେ ତାଙ୍କୁ ମାସ୍କ ପିନ୍ଧବାକୁ କହନ୍ତୁ ନାହିଁ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଲୋକମାନେ ବାହାରୁ ଯିବାବେଳେ ମୁହଁକୁ ମାସ୍କ ଦ୍ୱାରା ଆବୃତ କରିବା ବାଧ୍ୟତାମୂଳକ । ମାସ୍କ ନଥିଲେ ଲୋକମାନେ ରୁମାଲକୁ ଦୁଇ ପରସ୍ତ କରି କିମ୍ବା ଘରେ ତିଆରି ହୋଇଥିବା ମାସ୍କ ପିନ୍ଧିପାରିବେ । ସେହିପରି ଗାମୁଛା, ଝିଅପିଲାମାନେ ଡୁପଟ୍ଟା ମୁହଁରେ ଗୁଡ଼ାଇହୋଇପାରିବେ ।