Odia News Portal

WhatsApp ଭିଡିଓ କଲିଂରେ ହେଲା ବଡ଼ ପରିବର୍ତ୍ତନ

ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପ ନିୟମିତ ନିଜ ଆପରେ କିଛି କିଛି ପରିବର୍ତ୍ତନ କରୁଛି। ଏବେ କମ୍ପାନୀ ତରଫରୁ ଅଡିଓ ଓ ଭିଡିଓ କଲରେ କେତେକ ପରିବର୍ତ୍ତନ କରାଯାଇଛି, ଯାହା ଦ୍ୱାରା କଲ କରିବା ବେଳେ ୟୁଜରଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

Whatsapp ଗ୍ରୁପ କଲିଂ ପାଇଁ ଏକ ନୂଆ ଫିଚର ଆଣିଛି। ଏବେ ଭିଡିଓ କଲ ପାଇଁ ଏକ ସ୍ୱତନ୍ତ୍ର ବଟନ ଦିଆଯିବ। ଏହି ବଟନ ଚିପି ଗ୍ରୁପର ସଦସ୍ୟଙ୍କୁ ଏକା ବେଳକେ କଲ କରିହେବ। ତେବେ ଏହି ସୁବିଧା ଏବେ କେବଳ ଅଳ୍ପ ମେମ୍ବର ଥିବା ଗ୍ରୁପ ପାଇଁ ଦିଆଯାଇଛି।

ଯେଉଁ ଗ୍ରୁପରେ ୪ କିମ୍ବା ୪ରୁ କମ ଲୋକ ଥିବେ ସେମାନେ ଏକାବେଳକେ କଲ କରି ସମସ୍ତଙ୍କ ସହ କଥା ହୋଇପାରିବେ। ପୂର୍ବରୁ ଗ୍ରୁପ କଲ ବେଳେ ଜଣ ଜଣଙ୍କୁ କଲ କରିବାକୁ ପଡ଼ୁଥିଲା। ଏହି ଅପଡେଟ ଉଭୟ ଆଣ୍ଡ୍ରଏଡ ଓ ଆଇଫୋନ୍ ପାଇଁ ଉପଲବ୍ଧ ବୋଲି କମ୍ପାନୀ ତରଫରୁ କୁହାଯାଇଛି।