ଯାଜପୁର ଟାଉନ : ଆସନ୍ତା କାଲି ଉଦଘାଟିତ ହେବ ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗର ରେ ରହିଛି ଟାଟା ମେଡିକା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟ ପଣ୍ଡିଆନ ଆସି ଟାଟା ମେଡିକା ହସ୍ପିଟାଲକୁ ଅନୁଧ୍ୟାନ କରିଥିଲେ।
ଆଜି ଏହି ଟାଟା ମେଡିକା ହସ୍ପିଟାଲ କୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବାକୁ ସରକାରୀ ସ୍ଵୀକୃତି ମିଳିଛି। ବଡ଼ ଖୁସି ର କଥା ଯେ ଏହି କୋଭିଡ ହସ୍ପିଟାଲ ଆସନ୍ତା କାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ମେଡିକା ହସ୍ପିଟାଲ ପରିସରରେ ଲୋକାର୍ପିତ ହେବ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ବର୍ତମାନ ଏହାକୁ ସଂପୂର୍ଣ ସଂକ୍ରମଣ ମୁକ୍ତ ଭାବେ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ହସପିଟାଲରେ କୋଭିଡ୍-୧୯ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ ୩୦ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ରୁ ୧୫ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକାନ୍ତ ମାନଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଛି ।