ନୂଆଦିଲ୍ଲୀ : ହାରିଲା କରୋନା ଜିତିଲେ ବୃଦ୍ଧ । କରୋନା ଯୁଦ୍ଧରେ ଜିତିଲେ ୧୦୧ ବୟସ୍କ ବ୍ୟକ୍ତି । ସୁସ୍ଥ ହୋଇ ଡିସ୍ଚାର୍ଜ ହେବା ପରେ ଘରକୁ ଫେରିଛନ୍ତି UKର କେଥ୍ । ଦୁଇ ସପ୍ତାହ ହେବ ସେ ଆଲେକ୍ଜାଣ୍ଡ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ ।
କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କଠାରେ କରୋନା ଲକ୍ଷଣ ନେଗେଟିଭ୍ ଆସିବା ପରେ ମେଡିକାଲରୁ ଡିସ୍ଚାର୍ଜ କରାଯାଇଛି । ଜଣେ ୧୦୧ ବର୍ଷୀୟ ବୃଦ୍ଧ କରୋନାରୁ ଆରୋଗ୍ୟ ହେବା ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କୁ ବେଶ୍ ଉତ୍ସାହିତ କରିଛି ।