କଟକ : ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ । ଲକଡାଉନ ବେଳେ ଗାଡ଼ି ଜବତ ମାମଲାରେ ଦେଇଥିବା ରାୟରେ ପରିବର୍ତ୍ତନ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଅଣ୍ଡରଟେକିଂ ନେଇ ଗାଡ଼ି ଛାଡିବା ନିର୍ଦ୍ଦେଶରେ ପରିବର୍ତ୍ତନ । ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବ ନିର୍ଦ୍ଦେଶ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ କୋହଳ ହେବ । ସେମାନେ ଅଣ୍ଡରଟେକିଂ ଦେଇ ନେଇପାରିବେ ଗାଡ଼ି ।
କାଲିର ନିର୍ଦ୍ଦେଶ ସମ୍ପୂର୍ଣ୍ଣ କଟକଣା ଉଠାଇବାପାଇଁ ନ ଥିଲା । ଗତକାଲି ହାଇକୋର୍ଟ ରାୟରେ କହିଥିଲେ ଲକଡାଉନ ବେଳେ ଗାଡି ଜବତ କରିବନି ପୋଲିସ୍ । ଗତକାଲି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଣ୍ଡରଟେକିଂ ଲେଖି ଗାଡି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।