Odia News Portal

ବୟସ ସିନା କମ କିନ୍ତୁ ବଡ଼ କାମ କଲେ ଏହି ଦୁଇ ଭାଇ ଭଉଣୀ

ଯାଜପୁର : ବୟସ ସିନା କମ କିନ୍ତୁ ବଡ଼ କାମ କରି ଦେଖାଇଛନ୍ତି। କରୋନା ମୁକାବିଲା ପାଇଁ ନିଜର ସଞ୍ଚୟ ଅର୍ଥ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଶିଳ୍ପୀ ଗ୍ରାମ୍ୟ ମାନ୍ୟତା ପାଇଥିବା ଶୁଖୁଆପଡା ଗ୍ରାମର ରମଣୀ ରଞ୍ଜନ ମହାରଣାଙ୍କ ଝିଅ ଶୁଭସ୍ମିତା ଓ ପୁଅ ସୁଶାନ୍ତ ଦୁଇଜଣ କୁମ୍ପିରେ ସଞ୍ଚୟ କରିଥିବା ଅର୍ଥରାଶି ୫ହଜାର ୨ଶହ ୩୦ ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

ଆଜି ସକାଳେ ବାଲିଚନ୍ଦ୍ରପୁରଠାରେ ବଡଚଣା ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି ଓ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ରଙ୍କୁ ସେମାନେ ଏହି ଟଙ୍କା ପ୍ରଦାନ କରିଛନ୍ତି। ଉଭୟ ଭାଇ ଓ ଭଉଣୀ ନଳୀପୁରସ୍ଥିତ ସେଣ୍ଟ ଯୋଶେଫ ସ୍କୁଲର ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ।