Odia News Portal

୫୦୦୦ ଅସହାୟ ଲୋକଙ୍କୁ ଖାଦ୍ୟ ଖୁଆଇବେ ସଚିନ

କରୋନା ଭାଇରସ୍ ସହ ଲଢେଇ କରିବା ପାଇଁ ପୂର୍ବରୁ ହିଁ ୫୦ ଲକ୍ଷ ଟଙ୍କା ଦାନ କରିସାରିଥିବା କ୍ରିକେଟର ସଚିନ୍ ତେନ୍ଦୁଲକର ନିକଟରେ ମାସେ ଭିତରେ ୫୦୦୦ ଗରିବ ଲୋକଙ୍କ ଖାଦ୍ୟଭାର ବହନ କରିବେ ବୋଲି କହିଛନ୍ତି ।

ସୁଚନା ଅନୁଯାୟୀ ‘ଆପନାଲୟ’ ନାମକ ଏକ ବେସରକାରୀ ସଂଗଠନ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍ ଜରିଆରେ ସଚିନଙ୍କର ଏହି କାମ ପାଇଁ ତାରିଫ କରିବା ସହ ଆପନାଲୟକୁ ସାହାଯ୍ୟ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି । ଲକ୍ ଡାଉନ୍ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଏହି ସଂଗଠନ ସାହାଯ୍ଯ କରିଥାଏ । ତେବେ ଆପନାଲୟର ଏହି ଟ୍ୱିଟ଼ ପରେ ସଚିନ ନିଜର ଶୁଭକାମନା ସହିତ ଏଭଳି କାମ ଜାରି ରଖିବା ପାଇଁ କହିଛନ୍ତି ।

ସୁଚନା ଅନୁଯାୟୀ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁସବୁ ପ୍ରମୂଖ ଖେଳାଳୀ ମାନଙ୍କ ସହିତ କଥା ହୋଇଥିଲେ ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ମଧ୍ଯ ରହିଥିଲେ । ନିକଟରେ ସେ ଦୂରଦର୍ଶନରେ ଦେଶବାସୀଙ୍କୁ କରୋନା ମହାମାରୀ ପାଇଁ ସଚେତନ ରହିବାକୁ ପରାମର୍ଶ ମଧ୍ଯ ଦେଇଥିଲେ ।