Odia News Portal

ଜଗତସିଂହପୁରର ଏହି ଦୁଇଟି ଶକ୍ତିପୀଠରେ ୧୪୪ ଧାରା

ଜଗତସିଂହପୁର : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ ଯେପରି ଏହି ସ୍ଥାନରେ ଏକତ୍ରିତ ହୋଇନପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି ।

ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ତିନି ଦିନ ପାଇଁ ଏଠାରେ ଏହି ୧୪୪ ଧାରାକୁ ବଳବତ୍ତର ରଖାଯିବ ।ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଏହି ଦୁଇ ଅଞ୍ଚଳରେ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକତ୍ର ନହେବାକୁ କୁହାଯାଇଛି। ଯେହେତୁ ଏପ୍ରିଲ୍‌ ୧୪ ତାରିଖ ହେଉଛି ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଏଥିପାଇଁ ଦୁଇ ଶକ୍ତିପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କୁ ଏକତ୍ରିତ ନହେବା ପାଇଁ ଏପରି ନିୟମ ଲାଗୁ କରିଥିବା ଜଣାଯାଇଛି।