Odia News Portal

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାଯ୍ୟ କଲେ କୁନି ଶିଶୁ

ଭଞ୍ଜନଗର : କରୋନାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା , ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।

ଏହି କର୍ମ ଭଞ୍ଜନଗର କୋର୍ଟର ବରିଷ୍ଠ ଆଇନଜୀବୀ ଏମ.ତାଜ ଆଦେନି ଙ୍କ ନାତି କୁଶଲ ଅରମାନ ଆଦେନି ନିଜ ପକେଟ ମନିଇ ରୁ ସଞ୍ଚିତ ଅର୍ଥରୁ ମୋଟ ୧୫ଶହ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଜରିଆରେ ଦାନ କରିଛନ୍ତି।