ବ୍ରହ୍ମପୁର : ମହାମାରୀ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମା କିଭଳି କାର୍ଯ୍ୟକାରୀ କରାଯାଉଛି ତାହା ପରଖିବାକୁ ପୋଲିସ ମହାନିର୍ଦ୍ଦେଶକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିଲେ । ସେ ପୋଲିସର କାର୍ଯ୍ୟ ଦକ୍ଷତା ପରଖିବାକୁ କଟକରୁ ବାହାରି ପ୍ରଥମେ ଖଲ୍ଲିକୋଟ ଥାନା ପରିଦର୍ଶନ କରିଥିଲେ ଓ ପରେ ରମ୍ଭା, ଗଞ୍ଜାମ,ଛତ୍ରପୁର,ବ୍ରହ୍ମପୁର ଆଦି ପୋଲିସ ଥାନା ଗୁଡିକୁ ଗସ୍ତ କରିଥିଲେ ।

