ଭୁବନେଶ୍ବର : ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୋଭିଡ-୧୯ ଚିକିତ୍ସା ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ୫,୦୦,୦୦୦ଟଙ୍କା(ପାଞ୍ଚ ଲକ୍ଷ)ଦାନ କରାଯାଇଛି। ଅପରାହ୍ନରେ ସଂଘର ସଭାପତି ଶ୍ରୀ ବିନୋଦ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ,କୋଷାଧକ୍ଷ ଅଶୋକ ମହାପାତ୍ର,ପ୍ରକାଶ ମହାନ୍ତି,ରଞ୍ଜନ ମହାନ୍ତି ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ସହାୟତା ରାଶିର ଚେକ ପ୍ରଦାନ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଡ଼ଙ୍ଗୀ, ଶିକ୍ଷା ବିଭାଗର ବିଜ୍ଞାନ ସୁପରଭାଇଜର ଶ୍ରୀ ଅକ୍ଷୟ ଷଢଙ୍ଗୀ, କନିଷ୍ଠ ରେଡ଼କ୍ରସ ଅଧିକାରୀ ମିହିର କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।