ମୟୁରଭଞ୍ଜ : ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍-୧୯ ହସ୍ପିଟାଲ୍ । ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍କୁ ବିଧିବଦ୍ଧ ଭାବେ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ହସ୍ପିଟାଲ୍ରେ ୨୦୦ ବେଡ୍ ସହିତ ୧୦ଟି ଆଇସିୟୁ ରହିଛି ଓ ଏହା ସହିତ ଏହି କୋଭିଡ୍ ମେଡିକାଲ୍ରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।
ଏପରିକି ଏହି ସବୁ ରୋଗୀଙ୍କ ରହିବ ଖାଇବା ମାଗଣାରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାର ରୋଗୀମାନେ ଏହାର ସୁବିଧା ସୁବିଧା ସୁଯୋଗ ନେଇପାରିବେ।