Odia News Portal

କୁଆଡ଼େ ଗଲା ଭେଜିକାର୍ଟ ?

ଭୁବନେଶ୍ୱର : ପରିବା ଟିକେ ପାଇଁ ରାଜଧାନୀରେ ଗ୍ରାହକ-ବେପାରୀ-ପୁଲିସ୍‍ର ଛକାପଞ୍ଝା ଦୃଶ୍ୟ ନିଇତି ଦେଖିବାକୁ ମିଳୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ବହୁ ପ୍ରଚାରିତ ପରିବା ଗାଡିର କିନ୍ତୁ ଦେଖା ଦର୍ଶନ ନାହିଁ ।
ବିଏମ୍‍ସି କର୍ତ୍ତୃପକ୍ଷ କହୁଛନ୍ତି ଗାଡି ବୁଲୁଛି, ହେଲେ ଲୋକେ କହୁଛନ୍ତି ଆମେ ଦେଖିବାକୁ ପାଉନୁ । ଫଳରେ ବାଧ୍ୟହୋଇ ହାଟକୁ ଯାଉଛୁ । ଲକ୍‍ ଡାଉନ୍‍ ଆରମ୍ଭ ହେଉ ହେଉ ବିଏମ୍‍ସି ଘୋଷଣା କରିଥିଲା ଲୋଙ୍କ ଦୁଆର ମୁହଁରେ ପନି ପରିବା ସମେତ ସବୁ ସାମଗ୍ରୀ ପହଞ୍ଚିବ । କେହି ଘରକୁ ପଦାକୁ ଆସିବା ଦରକାର ନାହିଁ । ରାଜଧାନୀବାସୀ ଭାବିଥିଲେ ସବୁକିଛି ହାତ ପାଆନ୍ତାରେ ମିଳିଯିବ । ରାତି ପାହିଲେ ଫାଟକ ଆଗରେ ଆସି ବିଏମ୍‍ସିର ବହୁ ପ୍ରଚାରିତ ଗାଡି ଗୁଡିକୁ ଖୋଜିଲେ । ହେଲେ ପରିବା କିମ୍ବା ଗ୍ରୋସୋରୀ କାହାରି ପତ୍ତା ନପାଇବାରୁ ବାଧ୍ୟହୋଇ ହାଟକୁ ଗଲେ । ଯିଏ ବାଟରେ ପୁଲିସ୍‍ ହାବୁଡେ ପଡିଲା ସିଏ ଲାଠି ପାହାର ଖାଇଲା । ଆଉ ଯିଏ ହାଟ ନିକଟରେ ଗାଡି ରଖି ପରିବା କିଣିବାକୁ ଗଲା ଫେରିଲାବେଳକୁ ତା ଗାଡିକୁ ପୁଲିସ୍‍ବାଲା ଟେକିନେଇ ପଳାଇଛନ୍ତି । ୧୦୦ ଟଙ୍କାର ପରିବା କିଣିବା ପରେ ଥାନାରୁ ୫୦୦ ଟଙ୍କା ଜୋରିମାନା ଗଣି ଅନେକ ନିଜ ନିଜ ଗାଡି ଧରି ଘରକୁ ଫେରିଲେ ।

ତେବେ ବିଏମ୍‍ସିର ପରିବାଗାଡି ବା ଭେଜିକାର୍ଟ ଗଲା କୁଆଡେ? ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କର୍ତ୍ତୃପକ୍ଷ ସିନା ଆଗପଛ ନବିଚାରି ଘୋଷଣା କରିଦେଲେ, ହେଲେ ଯେଉଁ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ ସିଏ କିନ୍ତୁ ରାଜଧାନୀରେ କରୋନା ପଜିଟିଭି ସଂଖ୍ୟା ଦେଖି ଆଉ ମଙ୍ଗିଲା ନାହିଁ । ଫଳରେ କର୍ତ୍ତୃପକ୍ଷଙ୍କ ଅକଲ ଗୁଡୁମ ହୋଇଗଲା । କଣ୍ଟେନମେଣ୍ଟ ଏରିଆକୁ ଯେଉଁ କେତୋଟି ପରିବା ଗାଡି ପଠାଇଥିଲେ ତାହାର ପରିବାମାନକୁ ଦେଖି ଲୋକେ ଆଳୁ ପିଆଜ ଛଡା ଆଉ କିଛି ନେଲେନି । ଛୋଟ ଛୋଟ ପରିବା ଗାଡିରେ ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ଯୋଜନା ଫସର ଫାଟିବା ପରେ ବିଏମ୍‍ସି ଏବେ ମୋ ବସ୍‍କୁ ଦୋକନରେ ପରିବର୍ତ୍ତିତ କରି ବିଭିନ୍ନ ସ୍ଥାନରେ ସାମଗ୍ରୀ ବିକ୍ରି କରୁଛି । ଆଉ କେତେକ ସ୍ଥାନରେ ରିଲାୟନ୍ସ ଫ୍ରେସ ସହିତ ମିଳିତ ଭାବେ ଗାଡିରେ ସଉଦା ପୁଟୁଳି ଲଦି ମାଇକ ଧରି ବୁଲୁଛି । ହେଲେ ଏଥିରେ ଖାଲି ଯାହା ରିଲାୟନ୍ସର ପ୍ରଚାର ହେଉଛି । ଲୋକେ ସାମଗ୍ରୀ କିଣିବାକୁ ଅରାଜି । ଗୋଟିଏ ପଟେ ପୁଲିସ୍‍ ମାଡ ଓ ଅନ୍ୟ ପଟେ ପରିବା ଗାଡିର ଏଭଳି ବ୍ୟବସ୍ଥା ଦେଖି ଏବେ ବିଏମ୍‍ସି କର୍ତ୍ତୃପକ୍ଷ ବସ୍‍ଷ୍ଟପ୍‍ ଗୁଡିକରେ ପରିବା ବେପାର ପାଇଁ ଅନୁମତି ଦେଇଛନ୍ତି । ତେବେ ଏହି ବସ୍‍ ଷ୍ଟପ ଗୁଡିକ ଦୂରରେ ଥିବାରୁ ଲୋକେ ଚାଲିକରି