Odia News Portal

କୋରାପୁଟରେ ପୋଲିସ ଡିଜି ଅଭୟ

କୋରାପୁଟ: କୋରାପୁଟରେ ପୋଲିସ ଡିଜି ଅଭୟ । ଜିଲ୍ଲାରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋରାପୁଟ ବିଏସ୍‌ଏଫ୍‌ ସେକ୍ଟର ଗ୍ରାଉଣ୍ଡରେ ପହଞ୍ଚିବା ପରେ ସଦର ଥାନା ପରିଦର୍ଶନ କରିଥିଲେ ।

ଡିଜିଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ, କୋରାପୁଟ ଏସ୍‌ପି ବିଭିନ୍ନ ଚେକ୍‌ ପୋଷ୍ଟ ପରିଦର୍ଶନ କରିଥିଲେ । ଚେକ୍‌ପୋଷ୍ଟରେ ମୁତୟନ ପୋଲିସ ଅଧିକାରୀ ଓ ଯବାନଙ୍କ ସହ ଆଲୋଚନା କରିଥିଲେ । ପୋଲିସର ସୁରକ୍ଷା ଓ କଲ୍ୟାଣମୂଳକ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି ।