ଭୁବନେଶ୍ବର : ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ ପଣ୍ଡାକୁଦିଆକୁ ସ୍ଥାନାନ୍ତରିତ ହୋଇଥିଲା ବହୁ ପୁରାତନ ଜଗନ୍ନାଥ ବସ୍ତି , ଏହାକୁ ହକି ବିଶ୍ବକପ ବେଳେ ଆର୍ଥିକ ସହାୟତା ଓ ଜାଗା ଦେଇ ସ୍ଥାନାନ୍ତର କରାଯାଇଥିଲା ଠିକ ତା ପରେ ଫନି ବାତ୍ୟାରେ ଏମାନଙ୍କ ଘରଦ୍ୱାର ସବୁ ଛାରଖାର ହୋଇଯାଇଥିଲା ପୁନର୍ବାର ଅଣ୍ଟା ସଳଖିବା ଆଗରୁ ଦିନ କେଇଟା ଭିତରେ ପୁଣି ଏହି ମହାମାରୀ ରୋଗ ଏମାନଙ୍କ ଏକପ୍ରକାର ମେରୁଦଣ୍ଡ ଭାଙ୍ଗି ଦେଇଛି ।

