ଭଦ୍ରକ: ଭଦ୍ରକରେ ଆଉ ଦୁଇଟି ଅଞ୍ଚଳରୁ ଉଠିଲା କଟକଣା। ଚରମ୍ପା ଓ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ରୁ ହଟାଇଦିଆଯାଇଛି। ତେବେ ଲକ୍ଡାଉନ୍ ବଳବତ୍ତର ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୫ ତାରିଖଠାରୁ ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ପୁରୁଣା ବଜାର, ଚରମ୍ପା ଏବଂ ଭଦ୍ରକ ବ୍ଲକ ଅଧିନସ୍ଥ ଏରେଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା।