Odia News Portal

‘ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର’ : ନବୀନ

ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ । ଆଜି ଢେଙ୍କନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାରକୁ ତାଳଚେର ଜନସଭାରୁ ଆରମ୍ଭ କରିଛନ୍ତି। ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି। ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା । ୨ଟି କିସ୍ତିର ୧୦ ହଜାର ଟଙ୍କା ମିଳିବ । ନବୀନ କହିଛନ୍ତି ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର, ‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ପରେ ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ, ରେଢାଖୋଲ ଓ ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ଅପରାହ୍ନ ଗୋଟାଏରେ ରେଢାଖୋଲ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନରେ ଦେବଗଡ ଅଭିମୁଖେ ଯିବେ ନବୀନ । ଦିନ ୪ଟା ୨୦ ମିନିଟରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ବିଶାଳ ରୋଡ ସୋ’ରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ସମର୍ଥନ ଲୋଡ଼ିବେ ନବୀନ । ହାଇଟେକ୍‌ ବସରେ ପ୍ରଚାର କରିବେ। ରାତ୍ର ଯାପନ କରିବା ସହ ରବିବାର ସମ୍ବଲପୁର ଜିଲ୍ଲାରେ ପ୍ରଚାର କରି ଭୁବନେଶ୍ୱର ଫେରିବେ ।