ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା ଏ ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । କରୋନା ସଂକ୍ରମଣ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଉଛି। ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି ।
ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟୁଇଟ ଜରିଆରେ କହିଛନ୍ତି ଯେ, କୃଷିକାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି। କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ । ଲୋକେ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଗତ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଲକଡାଉନ କଟକଣା ଭୁବନେଶ୍ୱରରେ ଜାରି ରହିବ । ପରବର୍ତ୍ତୀ ଆଦେଶ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି କହିଛନ୍ତି ପୁଲିସ କମିସନର । ତେଣୁ ରାଜଧାନୀବାସୀ ଦୟାପୂର୍ବକ ଆସନ୍ତାକାଲି (ଏପ୍ରିଲ ୨୦) ଠାରୁ କିଛି ପରିବର୍ତ୍ତନ ଆଶା କରନ୍ତୁ ନାହିଁ । ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ, ସେମାନେ ସହଯୋଗ କରନ୍ତୁ ।