ଭୁବନେଶ୍ୱର : କରୋନାର ମହାବିପତି ସମୟରେ ଭୁବନେଶ୍ୱରର କେତେକ ବସ୍ତିବାସିନ୍ଦା ଓ ଗରିବ ଲୋକମାନଙ୍କୁ ମାସ୍କ୍ସ ଓ ଖାଦ୍ୟଦ୍ରବ୍ୟ ବଂଟନ ନିମନ୍ତେ ସୈନିକସ୍କୁଲ ଭୁବନେଶ୍ୱର ପୁରାତନ ଛାତ୍ରସଂସଦର ସଦସ୍ୟ ଏବଂ ୧୨୦ ବାଟାଲିଅନ୍ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ୧୨୦ ବାଟାଲିଅନ୍ର କମାଣ୍ଡିଙ୍ଗ୍ ଅଫିସର ତଥା ସୈନିକସ୍କୁଲ ପୁରାତନ ଛାତ୍ର କର୍ଣ୍ଣେଲ ଡି.ଡି.ସ୍ୱାଇଁ , ବି.ଏମ୍.ସି.ରେ କାର୍ଯ୍ୟରତ ଶ୍ରୀ ଶିଭାଶିଷ ପରିଡା ଓ ସୈନିକସ୍କୁଲ ଅଧ୍ୟକ୍ଷ ମିଳିତ ଭାବେ ସହଯୋଗର ହାତ ବଢାଇଛନ୍ତି । ବର୍ତମାନର ଆବଶ୍ୟକତାକୁ ଅନୁଧ୍ୟାନ କରି ରୋଷେଇ ନିମନ୍ତେ ଚାଉଳ , ଡାଲି , ସୁଜି ପ୍ରଭୃତି ଖାଦ୍ୟସାମଗ୍ରୀ ପୁଡିଆ ବଂଟନର ବ୍ୟବସ୍ଥା କରାଯାଇଛି ।
ଏହି ବ୍ୟବସ୍ଥା ଓଡିଶାରେ କରୋନା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଚାଲୁରହିବ । ବର୍ତମାନ ପାଇଁ ବଂଟନ କାର୍ଯ୍ୟ ରାଜଧାନୀର ଡମଣା ନୀଳ ପଡିଆ ଏବଂ ନୀଳାଦ୍ରିବିହାରର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଚାଲିଛି । ଉକ୍ତ ସେବା କାର୍ଯ୍ୟପାଇଁ ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ର ଅଧକ୍ଷ୍ୟ ଅମିତାଭ ସ୍ୱାଇଁ, ସେକ୍ରେଟାରୀ ଡାକ୍ତର ନିରଂଜନ ପାଢୀ, ଟ୍ରେଜରର ତରୁଣ ମହାନ୍ତି , ଯୋଗେନ୍ଦ୍ର ସାହୁ , ପ୍ରଦୀପ ଦାସମହାପାତ୍ର ଏବଂ ଅନ୍ୟାନ୍ୟ ପୁରାତନ ଛାତ୍ରମାନଙ୍କର ପ୍ରଚେଷ୍ଟା ସ୍ୱାଗତ ଯୋଗ୍ୟ । ସମୟ କ୍ରମେ ଏହି କାର୍ଯ୍ୟ ରାଜଧାନୀର ଅନ୍ୟ ଅଂଚଳକୁ ମଧ୍ୟ ସଂପ୍ରସାରିତ ହେବାର ଯୋଜନା ଅଛି ।