ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଆଜି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରାଯାଇଛି।
ସୂଚନାଥାଉ କି, ଆଇଆଇସି ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପଶିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଜଣେ ହାବିଲଦାରଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଥିଲା। ପରିବାରର ୫ ଜଣ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିବା ଜଣାପଡ଼ିଥିଲା।