ମାରାଥନ୍ କ୍ୟାମ୍ପେନରେ ବିଜେଡି ସୁପ୍ରିମୋ । ଆଜି ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ । ସମ୍ବଲପୁର କୁଚିଣ୍ଡା, ଜୟଦେବ ଆସନ ଅନ୍ତର୍ଗତ ବାଲିପାଟଣା, ଆଠଗଡ, ରାଜନଗର, ପାଟକୁରା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ନବୀନ ସକାଳ ୧୦ଟା ୩୦ ମିନିଟରେ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ । ସେଠାରେ ଜନସଭାକୁ ସମ୍ବୋଧନ କରିବେ । ଏହାପରେ ଭୁବନେଶ୍ୱର ଫେରିବେ । ପରେ ଜୟଦେବ ନିର୍ବାଚନ ମଣ୍ଡଳୀ ଯିବେ ନବୀନ । ବାଲିପାଟଣାରେ ନିର୍ବାଚନ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଅପରାହ୍ନ ୩ଟାରେ ଆଠଗଡ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପରେ ରାଜନଗର, ପାଟକୁରାରେ ଜନସଭାକୁ ସମ୍ବୋଧନ କରି ଭୋଟ ଭିକ୍ଷା କରିବେ । ପରେ କାକଟପୁରରେ ପ୍ରଚାର କରିବେ । ପରେ ଅସ୍ତରଙ୍ଗରୁ ବିଶାଳ ରୋଡ ସୋ’ରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ସମର୍ଥନ ଲୋଡ଼ିବେ ନବୀନ । ହାଇଟେକ୍ ବସରେ ପ୍ରଚାର କରିବେ ।