Odia News Portal

ଗୋଆ ପରେ ଏବେ କରୋନାମୁକ୍ତ ହେଲା ମଣିପୁର

ବର୍ତ୍ତମାନ ସମୟରେ ଦେଶ କରୋନା ବିପକ୍ଷରେ ଲଢ଼େଇ କରୁଥିବା ବେଳେ ୨ ଟି  ରାଜ୍ୟରୁ ଖୁସି ଖବର ଆସିଛି। ସୂଚନା ମୁତାବକ ଗୋଆ ପରେ ବର୍ତ୍ତମାନ ମଣିପୁର କରୋନା ସଂକ୍ରମଣରୁ ମୁକ୍ତ ହୋଇଛି। ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଟ୍ୱିଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଏହି ଖବର ସମ୍ପର୍କରେ ଜଣାଇବା ସହ ଖୁବ ଖୁସି ହେଉଛି କି ବର୍ତ୍ତମାନ ମଣିପୁର କରୋନା ମୁକ୍ତ ହୋଇସାରିଛି। ସବୁ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ଠିକ ହେବା ସହ ସମସ୍ତିଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଏଥିସହ କୌଣସି ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିନାହିଁ।

ମଣିପୁରରେ କରୋନା ସଂକ୍ରମଣରେ ୨ ଟି କେସ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଦୁଇ ଜଣ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ରାଜ୍ୟ କରୋନା ମୁକ୍ତ ହୋଇସାରିଛି। ସୂଚନା ମୁତାବକ ମଣିପୁରର ପ୍ରଥମ ସଂକ୍ରମିତ ବ୍ୟକ୍ତି ୨୩ ବର୍ଷର ମହିଳା ଥିଲେ, ଯିଏ ବ୍ରିଟେନରୁ ଫେରିଥିଲେ। ସେହିଭଳି ୬୫ ବର୍ଷୀୟ ଦ୍ୱିତୀୟ ସଂକ୍ରମିତ ବ୍ୟକ୍ତି ଦିଲ୍ଲୀ ସ୍ଥିତ ନିଜାମୁଦ୍ଦିନ ତବଲିଗି ଜମାତରେ ସାମିଲ ହେବା ପରେ ଏହାର ସଂକ୍ରମଣରେ ଆସିଥିଲେ।