ଖରାରୁ ରକ୍ଷା ପାଇଁ ପୋଲିସ୍ କର୍ମଚାରୀଙ୍କୁ ଛତା,ଡାକ କର୍ମଚାରୀଙ୍କୁ ମାସ୍କ ଓ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟସାମଗ୍ରୀ
ଭୂବନେଶ୍ବର : ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ, ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି। ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା ସଚିବ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ ଭୂବନେଶ୍ବର ମ୍ୟୁନିସିପାଲ କର୍ପୋରେସନ, କମିସନରେଟ ପୋଲିସର ସହଯୋଗରେ ରେଡ୍ ସ୍ବସ୍ତିକ୍ ପକ୍ଷରୁ ସହଯୋଗର ହାତ ବଢାଯାଇଛି। ବର୍ତମାନ ଅନୁଷ୍ଠାନ ପକ୍ଷରୁ ରାସନ ପ୍ୟାକେଟ୍ ନିରାସ୍ରୟ ତଥା ଅସହାୟ ପାଖରେ ପହଞ୍ଚା ଯାଉଛି।ପ୍ରଥମ ପର୍ଯ୍ୟାୟରେ ୫୦୦ ରୁ ଉର୍ଧ ପ୍ୟାକେଟ୍ ଦିଆଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୦୦୦ ରୁ ଉର୍ଧ ପ୍ୟାକେଟ୍ ପହଞ୍ଚାଯାଇଛି ବୋଲି ଅନୁଷ୍ଠାନର ସଚିବ କହିଛନ୍ତି। ଏହା ସହିତ ରେଡ଼୍ସ୍ୱସ୍ତିକ୍ ସ୍ବସ୍ତିକ୍ ପକ୍ଷରୁ କମିସନରେଟ୍ ପୋଲିସ୍ ମାନଙ୍କ ନିମନ୍ତେ ୫୧୫ ଓ ପୁରୀ ପୋଲିସ୍ ମାନଙ୍କ ନିମନ୍ତେ ୧୦୦ ଛତା, ପୋଷ୍ଟାଲ୍ କର୍ମଚାରି ମାନଙ୍କ ନିମନ୍ତେ ୧୦୦୦ରୁ ଉର୍ଧ ମାସ୍କ ପ୍ରଦାନ କରାଯାଇଛି।
ଆଗାମୀ ଦିନରେ ଲକ୍ ଡାଉନ୍ ସ୍ଥିତିକୁ ଦୃଷ୍ଟି ରଖି ଏହି କାର୍ଯ୍ୟକ୍ରମ ଜାରି ରହିବବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହା ସହିତ ସାପତିକ ସ୍ଥିତିରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ଆଗାମୀ ୨୮ ତାରିଖରେ କମିସନରେଟ୍ ପୋଲିସ ସହଯୋଗରେ ପୋଲିସ୍ ରିଜର୍ଭ ଅଫିସ୍ ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।ଏହ ଶିବିରରେ ସ୍ବେଛ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ଶ୍ରୀ ଦେବାଶିଷ ପଟ୍ଟନାୟକ ନିବେଦନ କରି
ଛନ୍ତି। ଏହି କାର୍ଯ୍ୟକ୍ରମ ମାନଙ୍କରେ ରେଡ୍ ସ୍ବସ୍ତିକ୍ ର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ଗଗନ ପଇତାଲ୍ ସହଯୋଗ କରୁଛନ୍ତି।