ଭୁବନେଶ୍ୱର : ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ବଞ୍ଚାଇବା ଏବଂ ଆମ ଚାରିପଟରେ ଥିବା ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୨ ଏପ୍ରିଲ ଦିନ ସମଗ୍ର ବିଶ୍ୱରେ ‘ପୃଥିବୀ ଦିବସ’ ଅର୍ଥାତ୍ ଧରିତ୍ରୀ ଦିବସ ପାଳନ କରାଯାଇଥାଏ।
ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ଡରରେ ଘରେ ରହି ‘ପୃଥିବୀ ଦିବସ’ ପାଳନ କରୁଛି ସମଗ୍ର ବିଶ୍ୱ। ୧୯୭୦ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଆରମ୍ଭ ହୋଇଥିଲା ଏହି ପରମ୍ପରା । ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ବର୍ତ୍ତମାନ ପୃଥୀବିର ୧୯୨ ଟି ଦେଶ ଏହାକୁ ଗ୍ରହଣ କରିଛନ୍ତି।
ଏବଂ ଆଜି ପୃଥିବୀ ଦିବସ ଅବସରରେ ବିଶ୍ୱର ପ୍ରତ୍ୟେକ ଅଧିବାସୀ ପୃଥିବୀରେ ଥିବା ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ପ୍ରତିଜ୍ଞା ନେବା ଆବଶ୍ୟକ। ଏବଂ ନିଜେ ବଞ୍ଚିବା ସହ ଏହି ପୃଥୀବିରେ ବାସ କରୁଥିବା ଅନ୍ୟ ଜୀବ ଓ ପ୍ରାଣୀ ମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ।