Odia News Portal

ପୁଣି ଘୁଞ୍ଚିଲା କେଦାରନାଥ ଓ ବଦ୍ରିନାଥ କପାଟ ଖୋଲିବା ତାରିଖ

ଡେରାଡୁନ : କେଦାରନାଥ ଓ ବଦ୍ରୀନାଥ ମନ୍ଦିରର କପାଟ ଖୋଲିବାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହା ପ୍ରଥମ ଘଟଣା ଯେବେ ଏହି ମନ୍ଦିରର କପାଟ ଖୋଲିବାର ତାରିଖ ତୃତୀୟ ଥର ବଦଳାଯାଇଛି। ଏବେ କେଦାରନାଥ ମନ୍ଦିର କପାଟ ୨୯ ଅପ୍ରେଲରେ ଖୋଲିବ, ସେଭଳି ବଦ୍ରୀନାଥ ମନ୍ଦିରର ୧୫ ମଇରେ ଖୋଲିବ। ଶିବରାତ୍ରୀରେ ପାରମ୍ପାରିକ ଭାବରେ ୨୯ ଅପ୍ରେଲରେ କେଦାରନାଥ କପାଟ ଖୋଲିବା ନେଇ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଠାର ରାଓ୍ବଲ ମହାରାଷ୍ଟ୍ରରେ ଫଶିଥିଲେ ଓ ଲକଡାଉନ୍ କାରଣରୁ ତାଙ୍କର ଉତ୍ତରାଖଣ୍ଡ ପହଁଞ୍ଚି ପାରିନଥିଲେ। କେଦାରନଥର ମୁକୁଟ ସେହି ରାଓ୍ବଲଙ୍କ ପାଖରେ ଥିଲା, ଏହା ବିନା ପୂଜା ସମ୍ଭବ ନଥିଲା।

ମଙ୍ଗଳବାର ଉଖିମଠରେ କେଦାରନାଥ ମନ୍ଦିର ସମିତି ଅଧିକାରୀ, ବେଦପୀଠ, ପଞ୍ଚଗାମର ଲୋକ ବୈଠକରେ ତାରିଖ ୨୯ ଅପ୍ରେଲ ରଖିବାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ମଠର ରାଓ୍ବଲ ଆସିନଥିଲେ। ସେମାନେ କ୍ବାରେଣ୍ଟାଇନରେ ଅଛନ୍ତି। ତେବେ ପରେ ସେମାନେ ଲିଖିତ ବାର୍ତ୍ତା ଦେଇ ସହମତି ମାଗିଥିଲେ। ପ୍ରଶାସନ ପକ୍ଷରୁ ରାଓ୍ବଲଙ୍କୁ କ୍ବାରେଣ୍ଟାଇନ୍ ରହିବାକୁ କୁହାଯାଇଥିଲା। ସେମାନେ କିଭଳି କପାଟ ଖୋଲି ପୂଜାରେ ସାମିଲ ହେବେ, ଏହାର ନିଷ୍ପତ୍ତି ପ୍ରଶାସନ କରିବ। ରାଓ୍ବଲ ୧୯ ଅପ୍ରେଲରେ ଉଖିମଠ ପହଁଞ୍ଚିଥିଲେ। ତାଙ୍କର ୧୪ ଦିନର କ୍ବାରେଣ୍ଟାଇନ୍ ୩ ମଇରେ ଶେଷ ହେଉଛି। ରାଓ୍ବଲଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ୩ ଦିନ ପରେ ଆସିବ।  ସେ ମହାରାଷ୍ଟ୍ରର ନାଦେଡରୁ ଆସିଥିଲେ, ଯାହାକି କରୋନାର ଗ୍ରୀନ୍ ଜୋନ୍ ଭାବରେ ଜଣା।