Odia News Portal

ପୁଣି ଆଉ ଏକ ବିଶାଳ ‘ବଏ’

ଭୁବନେଶ୍ବର : ଅସ୍ତରଙ୍ଗ ବ୍ଲକ ତଣ୍ଡାହର ସମୁଦ୍ରକୂଳରେ ଗତ ମାସରେ ଠାବ ହୋଇଥିବା ଏକ ‘ବଏ’ ଉଦ୍ଧାର ହୋଇନଥିବା ବେଳେ ପୁଣି ଆଉ ଏକ ବିଶାଳ ‘ବଏ’ କୁଶଭଦ୍ରା ମୁହାଣ ଠାରୁ ୬ କି.ମି ଦୂର କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ‘ବଏ’ ସମୁଦ୍ରରୁ ଜାହାଜ ଗୁଡିକୁ ସିଗ୍ନାଲ ଦେଇ ଟ୍ରାଫିକ ନିୟନ୍ତ୍ରଣ କରିଥାଏ।

ରିପୋର୍ଟ ଅନୁଯାୟୀ ଦୁଇ ମାସ ମଧ୍ୟରେ ଏହି ଉପକୂଳରେ ଆଉ ଏକ ‘ବଏ’ ମିଳିବା ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଖବର ଦେଇଛନ୍ତି କିନ୍ତୁ ପ୍ରଶାସନିକ ସ୍ତରରେ ଏହି ଘଟଣାର ତଦନ୍ତ କରାଯାଇନଥିବା ଜଣାପଡିଛି।