Odia News Portal

ବାପାର ଏସିଡ୍ ମାଡ଼ରେ ପୁଅ ଗୁରୁତର

ଫୁଲବାଣୀ : ପୁଣିଥରେ ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତର କୁଟିଗଡରେ ବାପା ନିଜ ପୁଅ ଉପରକୁ ଏସିଡ୍ ପକାଇବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।ଏବେ ସବୁଆଡେ ଲକଡାଉନ ଚାଲିଥିବାରୁ କୌଣସି କାମ ଧନ୍ଦାକୁ ଯାଇ ପାରୁନଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଆଗୁଆ ଚାଉଳ ଓ ଏକ ହଜାର ଟଙ୍କା ମିଳୁଛି ।

ଏହି ଟଙ୍କାକୁ ପୁଅ ଅରକ୍ଷିତ ନାୟକ ବାପାଙ୍କୁ ଟଙ୍କା ନ ଦେବାରୁ ରାଗରେ ବାପା ସନାତନ ନାୟକ ଏସିଡ୍ ପକାଇଛି। ଏସିଡ୍‌ ମାଡରେ ଗୁରୁତର ହୋଇଥିବା ଅରକ୍ଷିତଙ୍କୁ ପ୍ରଥମେ ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ରାଜ୍ୟ ସରକାର ଘରୋଇ ହିଂସାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ସତ୍ତ୍ୱେ ଏହିପରି ଘଟଣା ଥମିବାର ନାଁ ଧରୁନି।