Odia News Portal

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ । ଦୋହା ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ମହିଳା ୨ଶହ ମିଟର ଦୌଡ଼ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମିଫାଇନାଲରେ ୨୩ ଦଶମିକ ୩୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ସେ ଏହି ସଫଳତା ପାଇଛନ୍ତି । ଏହାପୂର୍ବରୁ ଶହେ ମିଟର ଦୌଡ଼ରେ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ ଦୂତୀ । ୨୩ ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନ୍‌ସିପର ୧୦୦ ମିଟର ଫାଇନାଲକୁ ମଧ୍ୟ ସେ ଯାଇଥିଲେ ।