Odia News Portal

ସଟଡାଉନରେ ପ୍ରେମ ପଡିଲା ମହଙ୍ଗା

ଚାନ୍ଦବାଲି : କରୋନା ମୁକାବିଲା ପାଇଁ ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଭଦ୍ରକରୁ ଏକ ଆଚମ୍ବିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଧୂଷୁରୀ ଅଞ୍ଚଳରେ ଦୁଇଜଣ ପ୍ରେମୀଯୁଗଳ ଏକ ସ୍କୁଟି ଯୋଗେ ବଜାରରେ ବୁଲୁଥିଲେ। ଯାହାକୁ ଦେଖି ଆରଡ଼ି ଫାଣ୍ଡି ଅଧିକାରୀ ସେମାନଙ୍କୁ ଆଣି ଥାନାରେ ଅଟକ ରଖିଥିଲେ। ସେମାନଙ୍କୁ ପଚରା ପଚାରି କରିବା ପରେ ଯେଉଁ ତଥ୍ୟ ମିଳିଥିଲା ତାକୁ ଯିଏ ଵି ଶୁଣିବ ତାଜୁଵ ହୋଇଯିବ । ସ୍କୁଟି ଚଳାଉଥିବା ଯୁବକ ଜଣେ ବିବାହିତା ପୁରୁଷ ଓ ତାର ୧୦ ମାସର ଗୋଟିଏ ଝିଅଟିଏ ମଧ୍ୟ ଅଛି। ତା ପରେ ମଧ୍ୟ ଯୁବକ ଜଣକ ଏକ ୧୪ ବର୍ଷୀୟ ନାବାଳିକାକୁ ଭଲ ପାଇ ତାର ମାମୁଁ ଘର ବାଲେଶ୍ୱର ବାହାନଗା ଇଛାପୁରରୁ ନେଇ ଚାଲି ଆସିଥିଲା।

ଯୁବକ ଦେଇଥିବା ଵୟାନ ଆଧାରରେ ଯୁବକର ନାମ ବଳରାମ ମଲ୍ଲିକ, ଘର ରାଜକନିକା ଥାନା ଅନ୍ତର୍ଗତ ମାନପୁର ଗାଁରେ। ତା ବାପଙ୍କ ନାମ ସୁବାଷ ମଲ୍ଲିକ। ବଳରାମ ଦେଢ଼ ବର୍ଷ ତଳେ ଇଛାପୁରରେ ଭଲ ପାଇ ଵିବାହ କରିଥିଲା ଏବଂ ତାର ଗୋଟିଏ କୁନି ଝିଅଟିଏ ଅଛି । ବଳରାମର ସ୍ତ୍ରୀ ଓ ଝିଅ ଇଛାପୁରରେ ରୁହନ୍ତି। ଗତ ମାର୍ଚ୍ଚ ମାସ ୨୦ ତାରିଖରେ ତାମିଲନାଡୁର ଇଛାପୁରକୁ ଫେରି ନିଜ ପାରିବାରରେ ରହିଥିଲା ବଳରାମ। ସେଠାରେ ସେ ଏହି ନାବାଳିକାକୁ ଦେଖିବା ପାରେ ତା ସହ ପ୍ରେମ ହୋଇଯାଇଥିଲା। ପାରେ ନାବାଳିକା ରହୁଥିବା ତା ମାମୁ ଘରୁ ବଳରାମ ସ୍କୁଟିରେ ଉଠାଇ ଆଣି ନିଜ ଗାଁ ମାନପୁର ନେଉଥିଲା। ଆରଡ଼ି ବାଇପାସ ନିକଟରେ ଆରଡ଼ି ପୋଲିସ ଏହି ଦୁଇ ଜଣକୁ ଫାଣ୍ଡିକୁ ଆଣି ଅଟକ ରଖିଛି। ବର୍ତ୍ତମାନ ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିବାର ଜଣା ପଡ଼ିଛି। ତେବେ ଏତେ ସବୁ କଟକଣା ସତ୍ତ୍ୱେ ଉଭୟ କେମିତି ଏତେ ବାଟ ସ୍କୁଟିରେ ବୁଲୁଥିଲେ ତାହା ସମସ୍ତଙ୍କୁ ଚକିତ କରିଛି ।