ସାରା ଦୁନିଆକୁ ନିଜ ଅକ୍ତିଆରରେ କରିଛି କରୋନା। ଦିନକୁ ଦିନ ଏହି କିଲର ଭାଇରସ ତାର କାୟା ବିସ୍ତାର କରିଚାଲିଛି। କିନ୍ତୁ ଡେରାଡୁନର ରାଜକୀୟ ଟୁନ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ୯ ମାସର ଶିଶୁ ମାତ୍ର ୬ ଦିନରେ ହିଁ କରୋନାକୁ ମାତ ଦେବାରେ ସକ୍ଷମ ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପ୍ରଥମ ମାମଲା ଯେଉଁଠି ମାତ୍ର ୯ ମାସର ଶିଶୁ ଅଟେ କମ ସମୟ ଭିତରେ କରୋନାକୁ ହରାଇ ବିଜୟ ହାସଲ କରିଛି। ଏହି ଶିଶୁଟି ଉତ୍ତରାଖଣ୍ଡର ସବୁଠାରୁ କମ ସମୟରେ କରୋନା କବଳରୁ ସୁସ୍ଥ ହୋଇଥିବା ରୋଗୀ ହୋଇପାରିଛି। ଏହାପୂର୍ବରୁ ଜଣେ ପ୍ରଶିକ୍ଷିତ ଆଇଏଫଏସ ୭ ଦିନରେ କରୋନା ସଂକ୍ରମରୁ ସୁସ୍ଥ ହୋଇଥିଲେ।
ହସ୍ପିଟାଲ ଅଧ୍ୟକ୍ଷ ସୂଚନା ଦେଇ କହିଛନ୍ତି ଯେ ଶିଶୁଟିର ରିପୋର୍ଟ ନେଗେଟିଭ ଆସିବା ପରେ ତାକୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ସୂଚନା ଅନୁଯାୟୀ ଡେରାଡୁନର ଭଗତସିଂ କଲୋନୀରେ ଜମାତରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ଶିଶୁର ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତେଣୁ ତାଙ୍କୁ ଏପ୍ରିଲ ୧୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ମାଆଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ମାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଦୁଇ ଦୁଇ ଥର ମାଆଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ପିପିଇ କିଟ ଦିଆଯାଇଥିଲା।
ଟୁନ ହସ୍ପିଟାଲର କରୋନା ନୋଡାଲ ଅଫିସର ତଥା ଶ୍ୱାସ ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନୁରାଗ ଅଗ୍ରୱାଲ କହିଛନ୍ତି ଶିଶୁଟି ଇତିମଧ୍ୟରେ ମା କ୍ଷୀର ପିଇଥିଲା। ଶିଶୁଟିର ଚିକିତ୍ସା ଚାଲିଥିବା ସମୟରେ ସେ ମା କ୍ଷୀର ପିଉଥିଲା। ଯାହା ଫଳରେ ସେ ଶୀଘ୍ର ସୁସ୍ଥ ହୋଇଥିଲା। ଏହାପରେ ଡାକ୍ତର ଅଗ୍ରୱାଲ କହିଛନ୍ତି ଯେ ମା କ୍ଷୀରରେ ସଂକ୍ରମଣ ସହ ଲଢ଼ିବା ଲାଗି ବହୁତ କ୍ଷମତା ରହିଥାଇପାରେ।