Odia News Portal

କେନ୍ଦ୍ରୀୟ ଭିଜିଲାନ୍ସର ନୂତନ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୟ କୋଠାରୀ

କେନ୍ଦ୍ରୀୟ ଭିଜିଲାନ୍ସର ନୂତନ କମିଶନର ଭାବେ ଆଜି ଶପଥ ପାଠ କରିଛନ୍ତି ସଞ୍ଜୟ କୋଠାରୀ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଆଜି ସକାଳ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଞ୍ଜୟ କୋଠାରୀଙ୍କୁ ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀ କୋଠାରୀ ରାଷ୍ଟ୍ରପତିଙ୍କ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ହରିୟାଣା କ୍ୟାଡରର ୧୯୭୮ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ଶ୍ରୀ କୋଠାରୀ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆଜି ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି କୋଭିଡ-୧୯ର ନିର୍ଦ୍ଦେଶାବଳୀ ଅନୁସରଣ କରିଥିବା ଦେଖିବାକୁ ମିଳିଥିଲା।