Odia News Portal

ଏକ ସ୍କୁଟି ସହ ୩୦ ଲିଟର ମଦ ଜବତ

ଗୁଣପୁର : ଦେଶୀ ମଦ କାରବାର କରି ଏଠାରେ ଶନିବାର ଜଣେ ଶିକ୍ଷକ ଧରା ପଡିଛନ୍ତି । ଅବକାରୀ ବିଭାଗ ତାଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ନିକଟରୁ ଏକ ସ୍କୁଟି ସହ ୩୦ ଲିଟର ମହୁଲି ମଦ ଜବତ କରାଯାଇଛି । ଶିକ୍ଷକ ହେଲେ ଚନ୍ଦ୍ରପୁର ବ୍ଲକ ସାରିକିମା ପଞ୍ଚାୟତ ରେପ୍ତାବାଲି ପ୍ରାଥମିକ ବିଦ୍ୟାଳୟର କାରୀ ଶ୍ରୀରାମ ।

ସୂଚନା ଅନୁସରେ, ଆଜି ସକାଳେ ଶିକ୍ଷକ କାରୀ ଶ୍ରୀରାମ ଏକ ସ୍କୁଟିରେ ପୁରୁଣା ଗୁଣପୁରରୁ ଗାନ୍ଧିନଗରକୁ ମହୁଲ ମଦ ଚୋରା ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଅଚାନକ ଚଢଉ କରିଥିଲା । ଯାଞ୍ଚ ବେଳେ ଶିକ୍ଷକଙ୍କ ନିକଟରୁ ୩୦ ଲିଟର ମଦ ମିଳିଥିଲା । ପୁଲିସ ଉଭୟ ମଦ ଓ ସ୍କୁଟିକୁ ଜବତ କରିଥିଲା । ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅବକାରୀ ବିଭାଗ ସବଇନ୍ସପେକ୍ଟର ଉତ୍ତମ କୁମାର ବେହେରାଙ୍କ ନେତୃତ୍ୱରେ ଏଏସଆଇ ଦିବାକର ମହାପାତ୍ର, ସିପାହୀ ସଂଗ୍ରାମ ପ୍ରଧାନ, କରୁଣାକର ପାତ୍ର, ଯଶୋବନ୍ତ ଶବର, ଭରତ ପାଣିଗ୍ରାହୀ, ପାଲକା ଆପେୟା ପ୍ରମୁଖ ଚଢଉରେ ସାମିଲ ହୋଇଥିଲେ ।