Odia News Portal

ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର

ଯାଜପୁର : ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର। ଯାଜପୁର ଜିଲ୍ଲାର ୫ ବ୍ଳକ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ ବ୍ଲକ୍‌ ସମେତ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟଜୋନ୍‌ ଘୋଷଣା କରାଯାଇଛି ।

ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ କଟକଣା ଜାରି ହୋଇଛି । ତେବେ ଏହି କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲା ରହିବ । ଜିଲ୍ଲାରେ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।