ଭୁବନେଶ୍ୱର : କୋରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ବାର୍ତ୍ତ ଦିଆଯାଇଛି । ହେଲେ ରାଜଧାନୀ ଭୁବନେଶ୍ବରର ଜଣେ ଚିତ୍ରକର ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି।
ପ୍ରମୋଦ ମୁଦୁଲି ନିଜ ପ୍ରଚେଷ୍ଟାରେ ସ୍କୁଟିରେ ଫୋମ ସାହାଯ୍ୟରେ ତିଆରି କରିଛନ୍ତି କୋରୋନା ସଚେତନତା ଗାଡି। ଯେଉଁଥିରେ ବିଭିନ୍ନ କରୋନା ସଚେତନତା ବାର୍ତା ଦିଆଯିବା ସହ କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ବି.କେ ଆର୍ଟ କଲେଜର ଜଣେ ଚିତ୍ରକର ।