Odia News Portal

କ୍ୱାରେଣ୍ଟାଇନରେ ରହିଥିବା ଅବସ୍ଥାରେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ଚାନ୍ଦବାଲି : କ୍ୱାରେଣ୍ଟାଇନରେ ରହିଥିବା ଅବସ୍ଥାରେ ଯୁବକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ ଝାରଖଣ୍ଡ ରାଜ୍ୟର ଜ୍ଞାନ ରଞ୍ଜନ ନାୟକ। ସୂଚନା ଅନୁଯାୟୀ ଯୁବକ ଜଣକ ରାନ୍ଧିଆ ଅଞ୍ଚଳରେ ଏକାକୀ ବୁଲୁଥିବା ବେଳେ ଗାଁ ଲୋକ ତାଙ୍କୁ ଆଣି ରାନ୍ଧିଆ କ୍ୱାରେଣ୍ଟାଇନରେ ରଖିଥିଲେ। ଏନେଇ ଗାଁ ଲୋକ ମଧ୍ୟ ପୋଲିସକୁ ଅବଗତ କରାଇଥିଲେ।

ଉକ୍ତ କ୍ୱାରେଣ୍ଟାଇନ ରୁମରେ ଏହି ଜଣିଏ ଯୁବକ ରହୁଥିଲେ। କିନ୍ତୁ ଆଜି ସକାଳେ ଖାଇବାକୁ ଦେବାକୁ କହି ଯୁବକଙ୍କୁ ଉଠାଇ ଥିଲେ ଗ୍ରାମବାସୀ। କିନ୍ତୁ ସେ ନ ଉଠିବାରୁ ପୋଲିସଙ୍କୁ ଖବର ଦିଆଯାଇଥିଲା। ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକ ମୃତ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଏନେଇ ପୋଲିସ ତଦନ୍ତ ଚଳାଇଛି । ଲୋକଟିର ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ବେଳେ କିପରି ମୃତ୍ୟୁ ହେଲା ଜାଣି ନଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ।