Odia News Portal

ଅଭାବନୀୟ ଘଟଣା : ଦାଦା ଗୁଳିରେ ପୁତୁରା ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡାଲଗୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପୁତୁରାକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବିକ, କିଆପଦର ଗ୍ରାମପଞ୍ଚାୟତର ଡାଲଗୁମା ଗାଁରେ ଏହି ଗୁଳିକାଣ୍ଡ ଘଟିଛି ଗୁଳିକାଣ୍ଡ। ଶତ୍ରୁଘନ ମାଝୀ(୫୪)ନାମକ ଜଣେ ବ୍ୟକ୍ତି ନିଜ ପୁତୁରା ରାଜୋ ମାଝୀ (୧୮)କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ତେବେ ହତ୍ୟାର କାରଣ ଜଣାପଡି ନାହିଁ । ଖବର ପାଇ ଘଟଣାସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ଦେଇଛନ୍ତି।ଏଥି ସହିତ ତଦନ୍ତ ଆରମ୍ଭ ହୋଇଛନ୍ତି।