Odia News Portal

ଆମେ ଘରକୁ ଯିଵୁ : ସିମେଣ୍ଟ ମିକ୍ସରରେ ପଶିକରି ଆସୁଛନ୍ତି ଶ୍ରମିକ

ଇନ୍ଦୋର ମେ ୨- ଲକ୍‌ଡାଉନ୍‌ ବେଳେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । କେତକ ରାଜ୍ୟରୁ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟରୁ ଫେରୁଥିବା ନଜିର ରହିଛି । ଆଗରୁ କଣ୍ଟେନରମାନଙ୍କରେ ଶ୍ରମିକମାନେ ଫେରୁଥିବା ଖବର ମିଳିଥିବା ବେଳେ ଏବେ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନେ ସିମେଣ୍ଟ ମିକ୍ସର ସହାୟତା ନେଇଛନ୍ତି । ଅତି କଷ୍ଟରେ ସିମେଣ୍ଟ ମିକ୍ସର ମଧ୍ୟରେ ନିଜ ରାଜ୍ୟକୁ ଫେରୁଥିବା କିଛି ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିବା ସହ ଏହାର ଡ୍ରାଇଭରକୁ ପୁଲିସ ଗିରଫ କରିଛି । ଏହି ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶକୁ ସେମାନେ ମିକ୍ସରରେ ଫେରୁଥିଲେ ।

ସବୁଠାରୁ ବଡ କଥା ହେଉଛି ଏହି ସିମେଣ୍ଟ ମିକ୍ସ ମେସିନ୍‌ ମଧ୍ୟରେ ୧୮ ଜଣ ଶ୍ରମିକ ଯାତ୍ରା କରୁଥିଲେ । ବସିବା ପାଇଁ ସ୍ଥାନ ନଥିବା ବେଳେ ଅତି ଦୟନୀୟ ଭାବେ ସେମାନେ ଯାତ୍ରା କରୁଥିବା ବେଳେ ପୁଲିସ ଗାଡିଟିକୁ ଜବତ କରିଥିଲା ।
.
ଏକ ଚେକ୍‌ ପୁଲିସ ନିକଟରେ ପୁଲିସର ଗାଡି ଉପରେ ସନ୍ଦେହ ହୋଇଥିଲା । ଗାଡିକୁ ଅଟକାଇ ସେମାନେ ଏହାକୁ ଯାଞ୍ଚ କରିଥିଲେ । ଏହାର ଲିଡ୍‌ ଖୋଲିବାରୁ ଏହା ଭିତରେ ୧୮ ଜଣ ଲୋକ ରହିଥିବା ଦେଖିବା ପାଇଁ ମିଳିଥିଲା ।

ଏହି ଶ୍ରମିକମାନେ ଲକ୍‌ଡାଉନ୍‌ ପରେ କୌଣସି କାମ ପାଉ ନଥିଲେ । ଏଥିପାଇଁ ସେମାନେ ମହାରାଷ୍ଟ୍ରରୁ ନିଜ ରାଜ୍ୟ ଉତତ୍ର ପ୍ରଦେଶକୁ ଫେରୁଥିଲେ । ଶୁକ୍ରବାରରେ ସେମାନ ଏହି ମିକ୍ସର ଭିତରେ ବସିଥିଲେ । ଏହି ଶ୍ରମିକମାନଙ୍କୁ ଡାକ୍ତରଖାନାରେ ମେଡିକାଲ୍‌ ଯାଞ୍ଚ ପାଇଁ ପଠାଯାଇଛି । ଅନେକ ଶ୍ରମିକ ଚାଲି ଚାଲି କିମ୍ବା ସାଇକେଲ୍‌ ଓ ମାଲବାହୀ ଟ୍ରେନ୍‌ରେ ନିଜ ରାଜ୍ୟକୁ ଫେରୁଥିବା ନଜିର ରହିଛି ।

ଏବେ ବିଭିନ୍ନ ରାଜ୍ୟ ସରକାର ଅନ୍ୟ ରାଜ୍ୟମାନଙ୍କରେ ଫସି ରହିଥିବା ସେମାନଙ୍କ ରାଜ୍ୟର ଶ୍ରମିକମାନଙ୍କୁ ବିଭିନ୍ନ ସ୍ପେଶାଲ୍‌ ଟ୍ରେନ୍‌ରେ ଫେରାଇ ନେବା ପାଇଁ ଚେଷ୍ଟା କରୁଛନ୍ତି ।