Odia News Portal

ଲକ୍‌ଡାଉନ୍‌ରେ ମଦ ବେପାର କରି ଯୁବକ ଗିରଫ

କଟକ : ଲକ୍‌ଡାଉନ୍‌ ବେଳେ ମଦ କଳାବଜାର ଥମିବାର ନାଁ ନେଉନି । ଓଲଟି ଦିନକୁ ଦିନ ବଢ଼ିଚାଲିଛି । ମଦ କଳାବଜାର ରୋକିବାକୁ କମିଶନରେଟ୍‌ ପୁଲିସ ମାରାଥନ୍‌ ଚଢ଼ଉ ଜାରି ରଖିଛି । ଏହି ଚୋରା ମଦ କାରବାର କରି ଜଣେ ଯୁବକ ଗିରଫ ହୋଇଛି।  କୁଇକ୍‌ ଆକ୍ସନ ଟିମ୍ ଓ ଚାଉଳିଆଞ୍ଜ‌ ଥାନା ପୁଲିସ୍ ମିଳିତ ଭାବେ ଚଢ଼ଉ କରି ବେପାରି ଠାରୁ ୨୦ ବୋତଲ ବିୟର ଜବତ କରାଯାହିଛି। ଏହାଛଡ଼ା ମଦ ବେପାରରେ ବ୍ୟବହୃତ ଏକ ବାଇକ ( ଓଡି୦୫ ଏ ୬୬୯୧)କୁ ମଧ୍ୟ ଜବତ କରିଛି ପୁଲିସ।

ପୁଲିସ କହିଛି, ଲକ୍‌ଡାଉନ୍‌ ଯୋଗୁ ସବୁ ମଦ କାଉଣ୍ଟର ବନ୍ଦ ରହିଛି । ଯାହାର ଫାଇଦା ଉଠାଇ ଏମାନେ ଲୁଚାଛପାରେ ମଦ ବିକି ମାଲାମାଲ୍‌ ହେଉଥିଲେ । ବଜାର ଦରଠୁ ୩ ଗୁଣା ଅଧିକ ଦରରେ ମଦ ବିକୁଛନ୍ତି । ଏହାକୁ ରୋକିବା ପାଇଁ କମିଶନରେଟ୍‌ ପୁଲିସ ମାରାଥନ୍‌ ଚଢ଼ଉ ଜାରି ରହିଛି। ଏହି କ୍ରମରେ ଗତକାଲି ଏହି ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ମଦ କାରବାର ଆଉ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ ଚାଲିଛି।