ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କୋଇଲ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା ।ଗତକାଲି କୋଇଲ ଗାଁ ର ଯୋଗେନ୍ଦ୍ର ବେହେରା କ ଝିଅ ଦ୍ରୌପଦୀ ବେହେରା ଛେଳି ଚରାଇ ବାକୁ ଯାଇ ଘରକୁ ଫେରି ନଥିଲେ ।ଏବଂ ଗତକାଲି ଠାରୁ ମୃତ ଦ୍ରୌପଦୀ ର ପରିବାର ଲୋକେ ଖୋଜି କରିଥିଲେ କିନ୍ତୁ ପାଇନଥିଲେ । ପରିବାର ଲୋକେ ଆଜି ମହାଗିରୀ ପାହାଡ ର ଏକ ଗଛରେ ଦ୍ରୌପଦୀ ର ଝୁଲନ୍ତା ଅବସ୍ଥାରେ ଝୁଲୁଥିବା ଖବର ପାଇଥିଲେ ପରେ ଯାଇ ଦେଖି ଥିଲେ ଏବଂ ତୁରନ୍ତ ଏ ନେଇ ସୁକିନ୍ଦା ଥାନାରେ ମୃତ କ ବାପା ଖବର ଦେଇ ଥିଲେ ।
ତୁରନ୍ତ ଘଟଣା ସ୍ଥାନରେ ସୁକିନ୍ଦା ପୋଲିସ ପହଞ୍ଚି ଝିଅର ଝୁଲନ୍ତା ଶବକୁ ଜବତ କରିଥିଲେ । ମୃତକ ପରିବାର ଲୋକଙ୍କୁ ପଚରା ପଚରୀ କରିଥିଲେ । ମୃତ ଝିଅର ବାପା କହିଲେ ଯେ କୋଇଲ ଗ୍ରାମର ଘନ ପ୍ରଧାନ କ ପୁଅ ଜଗ ପ୍ରଧାନ ତାକୁ ଚକ୍ଳେଟ ଯୋର କରି ଯାଚୁଥୀଲା । ସେ ତାକୁ ଦୁଷ୍କର୍ମ କରି ହତ୍ୟା କରି ମହାଗିରୀ ପାହାଡ ରେ ଟାଗୀ ଦେଇଛି ବୋଲି ଅଭିଯୋଗ ଆଣିଥିଲେ ଏ ସବୁକୁ ଆଧାର କରି ପୋଲିସ ଜଗକୁ ଗିରଫ କରିବା ସହ ଶବକୁ ଯବତ କରି ଦାନଗଦି ମେଡିକାଲ କୁ ବେବଛେଦ ପାଇଁ ପଠାଇ ଏକ କେସ ରୁଜ୍ଜୁ କରିଥୀଲେ ଏବଂ ପୋଲିସ ଏ ଘଟଣା ସମ୍ପର୍କରେ ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି।