Odia News Portal

ବଡଧରଣର ଏନ୍‌କାଉଣ୍ଟରରେ ୫ ଯବାନ ସହିଦ୍‌, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର :  ଜମ୍ମୁ-କାଶ୍ମୀର ହିନ୍ଦଓ୍ଵାଡାରେ ବଡଧରଣର ଏନ୍‌କାଉଣ୍ଟର। ଆତଙ୍କବାଦୀଙ୍କ ଗୁଳିରେ ୨ ବରିଷ୍ଠ ଅଫିସରଙ୍କ ସମେତ ୫ ଜଣ ସହିଦ୍‌ ହୋଇଛନ୍ତି। ସେନାର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ଯବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା ପକ୍ଷରୁ ଏବେବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇଛି।

ଦୁଇ ଜଣ ବିଦେଶୀ ଆତଙ୍କବାଦୀ ଏକ ଘର ଭିତରେ ଲୁଚି ରହିଥିବା ଖବର ପାଇବା ପରେ ଯବାନଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣଲ, ଜଣେ ମେଜର,୨ ଯବାନଙ୍କ ସମେତ ଜମ୍ମୁ କାଶ୍ମୀର ପୋଲିସର ଜଣେ ସବ୍‌ ଇନ୍ସପେକ୍ଟର ବି ସହିଦ ହୋଇଛନ୍ତି ।