ନୂଆଦିଲ୍ଲୀ : ସରକାରୀ ଏବଂ ଘରୋଇ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍କୁ ବାଧ୍ୟତାମୂଳକ କରିଛନ୍ତି ସରକାର । କରୋନା ମୁକାବିଲାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ । କମ୍ପାନି ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ନିଜର ସମସ୍ତ କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ଆପ୍ରେ ଅନ୍ତର୍ଭୁକ୍ତ କରିବେ ।
କୋଭିଡ୍-୧୯ ସଂକ୍ରମଣ ଜୋନ୍ରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଏ ଆପ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକାଶ କରିଛି । କରୋନା ସଂକ୍ରମଣର ତୀବ୍ରତାକୁ ଦେଖି କେନ୍ଦ୍ର ସରକାର ମେ’ ୪ରୁ କେତେକ କୋହଳ ଆଇନ ସହ ଲକ୍ଡାଉନ୍କୁ ଆଉ ଦୁଇ ସପ୍ତାହ ବଢ଼ାଇ ଦେଇଛନ୍ତି । ଏହାର ଦିନକ ପରେ ଆରୋଗ୍ୟ ସେତୁ ଆପ୍କୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି ।
ଉକ୍ତ ଆପ୍ଲିକେସନ କୋଭିଡ-୧୯ ରିସ୍କକୁ ନେଇ ଲୋକଙ୍କୁ ସତର୍କ କରିଥାଏ । କରୋନାକୁ ନେଇ ଏହା ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଥାଏ ।