Odia News Portal

ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ନାମରେ ଥାନାରେ ମାମଲା, ୧୦ ବର୍ଷର ବାଳିକାକୁ କରିଥିଲେ ଦୁଷ୍କର୍ମ

ଆଜମଗଡ଼ : ଦେଶରେ ଆଇନ ଯେତେ କଠିନ ହେଲେ ବି ଦୁଷ୍କର୍ମ ମାମଲା କମିବାର ନାମ ଧରୁନି । ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲାରେ ଜଣେ ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ନାମରେ ଦୁଷ୍କର୍ମ ମାମଲା ଦାୟର ହୋଇଛି । ୨୭ ଏପ୍ରିଲ ରାତିରେ ୧୦ ବର୍ଷର ଝିଅଟିକୁ ଦୁଷ୍କର୍ମ କରିବା ପରେ ଧମକ ଦେଇ ଚାଲିଯାଇଥିଲେ ।

ଅଭିଯୋଗ ଅନୁଯାୟୀ ଆଜମଗଡ଼ ଜିଲ୍ଳା ରୋନାପାର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବ୍ୟକ୍ତି ମହାରାଷ୍ଟ୍ର ନାସିକରେ ଚାକିରି କରନ୍ତି । ପତ୍ନୀ ପିଲାଙ୍କ ସହ ଗାଁରେ ରୁହନ୍ତି । ୨୭ ଏପ୍ରିଲ ରାତିରେ ତାଙ୍କର ୧୦ ବର୍ଷର ଝିଅ ଘର ଛାତ ଉପରେ ଶୋଇଥିଲା ।

ପଡ଼ୋଶୀ ଘରେ ରହୁଥିବା ଜଣେ ପୋଲିସ୍‌ ଯେ କି ସିଦ୍ଧାର୍ଥନଗର ଜିଲ୍ଲାର ଜଣେ ବିଧାୟକଙ୍କ ଗନ୍‌ ମ୍ୟାନ୍‌ ଭାବେ କାମ କରନ୍ତି ଛାତ ଉପରକୁ ଆସିଥିଲେ । ୧୦ ବର୍ଷର ଝିଅଟିକୁ ଦୁଷ୍କର୍ମ କରିବା ପରେ ଧମକ ଦେଇ ଚାଲିଯାଇଥିଲେ ।