Odia News Portal

କଦଳୀ ବୋଝେଇ ଗାଡି ସହ ଟ୍ରକର ଧକ୍କା, ୨ମୃତ

ଯାଜପୁର : ୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା। ଫଳରେ ୨ଜଣଙ୍କର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ।

ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଗାଡ଼ିରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟ ଜଣେ ଯୁବକ ଥିଲେ।