Odia News Portal

ଆପାର୍ଟମେଣ୍ଟରୁ ପଡି ବିଲଡର ମୃତ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡି ଜଣେ ବିଲଡର୍‌ଙ୍କର ମୃତ୍ୟୁ ହୋଇଛି । ମୃତ ବିଲଡରଙ୍କ ନାମ ପୀୟୁସ୍‌ ମିଶ୍ର । ସେ ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ୮ ମହଲାରୁ ଖସି ପଡିଥିବା ସୂଚନା ମିଳିଛି । ତେବେ ସେ କେଉଁ ପରିସ୍ଥିତିରେ ଖସିପଡିଲେ ପୁଲିସ ତାହାର ତଦନ୍ତ କରୁଛି ।

ଖାରବେଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।